ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଜମ୍ମୁକଶ୍ମୀରକୁ ନେଇ ଭାରତ ପାଇଁ ଚିନ୍ତା ବଢିଛି । ଏଜେନ୍ସିଗୁଡିକ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଜମ୍ମୁକଶ୍ମୀରରେ ଅତି କମରେ ୬ଟି ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିଛନ୍ତି | ଯେଉଁମାନେ କୌଣସି ଆକ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି | ଏଜେନ୍ସିର ଆଶଙ୍କା ଅନୁଯାୟୀ, ଏହି ସବୁ ଗୋଷ୍ଠୀରେ ୨୫ ରୁ ୩୦ ଜଣ ଆତଙ୍କବାଦୀ ଅଛନ୍ତି, ଯେଉଁମାନଙ୍କୁ ବହୁତ ଦିନ ଧରି ଖୋଜାଚାଲିଛି | ଏହା ବ୍ୟତୀତ ଜମ୍ମୁକାଶ୍ମୀରରୁ ୬୦ ଜଣ ଯୁବକଙ୍କର ନିଖୋଜ ହେବା ଘଟଣା ସୁରକ୍ଷାବାହିନୀ ଏବଂ ଏଜେନ୍ସିମାନଙ୍କ ନିଦ ଉଡାଇଦେଇଛି | ଗତ କିଛି ମାସ ମଧ୍ୟରେ ଏହି ଲୋକମାନେ ନିଖୋଜ ହୋଇଯାଇଥିବାବେଳେ ଆଶଙ୍କା କରାଯାଉଛି ଯେ ସେମାନେ କିଛି ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଯାଇଛନ୍ତି | ଜମ୍ମୁକାଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ନିଖୋଜ ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ କାମ ଥିବାର କହି ଘରୁ ଚାଲିଯାଇଥିଲେ | ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି | ସେ କହିଛନ୍ତି ଯେ ଆମେ ଜମ୍ମୁକଶ୍ମୀରର ଯୁବକଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ କହୁଛୁ। ଅନ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଗତ ଏକ ମାସ ଧରି ପ୍ରତିଦିନ ଆକ୍ରମଣ ହେଉଛି। ସୁରକ୍ଷା ବାହିନୀ ଉପରେ ହେଉ କିମ୍ବା ରାଜନେତାଙ୍କ ଉପରେ ଏହି ଆକ୍ରମଣ ହେଉଛି । ଲଞ୍ଚ ପ୍ୟାଡରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି | ଏଜେନ୍ସିଗୁଡିକ କହିଛନ୍ତି ଯେ ଅତି କମରେ ୩୦୦ ଆତଙ୍କବାଦୀ ପୁଣି ଥରେ ଲାଇନ ଅଫ କଣ୍ଟ୍ରୋଲ୍ ଆଖପାଖରେ ଥିବା ପାକିସ୍ତାନ କ୍ୟାମ୍ପରେ ଲୁଚିକି ରହିଛନ୍ତି |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..