ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଚିନ୍ତାଗ୍ରସ୍ତ ହେବା ସାଧାରଣ କଥା | ଚିନ୍ତାଗ୍ରସ୍ତ ହେଲେ ଦେଖା ଦେଇଥାଏ ଅନେକ ସମସ୍ୟା | ଏହାଠାରୁ ଦୂରେଇ ରହିବାର ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମନ ପସନ୍ଦର ଫିଲ୍ମ ଦେଖନ୍ତି ତେବେ ସେ ନିଜକୁ କେତେକାଂଶରେ ଚିନ୍ତାଠାରୁ ଦୂରେଇ ରଖିଥାଆନ୍ତି। ଏ ସମ୍ପର୍କିତ ବିଷୟକୁ ନେଇ ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ତଥା ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ମନ ପସନ୍ଦର ଫିଲ୍ମ ଦେଖିବାକୁ ସେମାନେ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଏହାର ପ୍ରଭାବ ସେମାନଙ୍କର ଚିନ୍ତାଗ୍ରସ୍ତ ମନ ଉପରେ କିପରି ପଡୁଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ନିଜର ମନ ପସନ୍ଦର ସିନେମା ଦେଖିବା ପରେ ସମ୍ମୁଖୀନ ହୋଇଥିବା ସମସ୍ୟାଠାରୁ କେତେକାଂଶରେ ଉପଶମ ପାଇଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।






More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ…..
ସୁନ୍ଦର ତ୍ୱଚା ପାଇଁ ଘରୋଇ ଉପାୟ…..
ରୂପି ସମସ୍ୟା ଦୂର କରନ୍ତୁ…..