Report Card Odisha

| Daily Odia News

ଜାପାନ ବରଫ ଝଡରେ ୧୭ ମୃତ,୯୦ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ପରେ ଜାପାନରେ ବରଫ ଝଡର ପରିସ୍ଥିତି ଜଟିଳ ହେଉଛି । ପ୍ରବଳ ମାତ୍ରାରେ ବରଫ ଝଡ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, ଗତ କିଛି ଦିନ ଧରି ଆମେରିକାର ପଶ୍ଚିମାଞ୍ଚଳ ପ୍ରଦେଶଗୁଡିକରେ ଶୀତ ଲହରି ଜନିତ ବରଫ ଝଡରେ ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଛି। କେବଳ ନ୍ୟୁୟର୍କ ସହରରେ ୨୭ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାର ୧୨ଟି ରାଜ୍ୟ କଲରାଡୋ, ଇଲିନୋଇସ୍‌, କାନସାସ୍‌, କେଣ୍ଟୁକି, ମିଚିଗାନ, ମିସୌରୀ, ନେବ୍ରାସ୍କା, ନ୍ୟୁୟର୍କ, ଓହିଓ, ଓକଲାହାମ, ଟେନିସି ଓ ୱିସକନସିନ୍ ବରଫ ଝଡରେ ପ୍ରଭାବିତ ହୋଇଛି। ବରଫ ଝଡ ଯୋଗୁଁ ସୋମବାର ୨୫୦୦ ବିମାନ ଉଡାଣ ବାତିଲ ହୋଇଛି। ତେବେ ଶୁକ୍ରବାର ଠାରୁ ସୋମବାର ମଧ୍ୟରେ ଦେଶବ୍ୟାପୀ ୧୫,୦୦୦ ବିମାନ ବାତିଲ ହେଲାଣି। ତାପମାତ୍ରା ହ୍ରାସ ଯୋଗୁଁ ରାସ୍ତାଘାଟ, ଘରଦ୍ବାରରେ ବରଫର ବଡ ଆସ୍ତରଣ ଜମି ରହିଛି। ରାସ୍ତାରେ କାର୍‌, ବସ୍‌ , ଆମ୍ବୁଲାନ୍ସ ଆଦି ଅଟକି ରହିଛି। ଅସହ୍ୟ ଥଣ୍ଡା ଯୋଗୁଁ ଲୋକେ କାର ଭିତର, ଘର ଭିତରେ ଥାଇ ପ୍ରାଣ ହରାଇଛନ୍ତି। ଆଉ କେତେକ ରାସ୍ତାରୁ ବରଫ ହଟାଇବା ବେଳେ ପ୍ରାଣ ହରାଇଛନ୍ତି। କେତେକ ଲୋକ ବରଫ ମଧ୍ୟରେ ପୋତି ହୋଇଯାଇଛନ୍ତି। ବରଫପାତ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ଲୋକଙ୍କୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍ସ ବଦଳରେ ବଡ ବଡ ଟ୍ରାକ୍ଟରକୁ ନିୟୋଜିତ କରାଯାଇଛି।

 

Breaking News