ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ରବିବାର ଘୋଷଣା କରିଛନ୍ତି। ଶାସକ ଦଳ ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ରେ ସମ୍ଭାବ୍ୟ ବିଭାଜନକୁ ଟାଳିବା ଲାଗି ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଶାସକ ମେଣ୍ଟ ସରକାରକୁ ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଉପର ସଦନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଦୀର୍ଘ ଦିନ ଧରି ନେତୃତ୍ଵ ପରିବର୍ତ୍ତନ ପାଇଁ ଦଳ ଭିତରେ ଦାବି ହୋଇଆସୁଥିଲା। ଏହାକୁ ନେଇ ଦଳରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଥିଲା। ତେଣୁ ପ୍ରଧାନମନ୍ତ୍ରୀ ଦଳରେ ଏକତା ବଜାୟ ରଖିବା ଲାଗି ବାଧ୍ୟ ହୋଇ ଇସ୍ତଫା ଦେଇଥିବା କହିଛନ୍ତି। ଉପର ସଦରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ କ୍ଷମତାକୁ ଦୁର୍ବଳ କରିଦେଇଥିଲା। ତେବେ ସେ ଦଳର ମୁଖ୍ୟ ପଦବୀରେ ରହିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଏଲଡିପି ଏବଂ ତା’ର ସହଯୋଗୀ ଦଳ କୋମେଟୋକୁ ମୋଟ ୪୭ ଆସନ ମିଳିଥିଲା। ବହୁମତ ପାଇଁ ସର୍ବନିମ୍ନ ୫୦ ଆସନ ଆବଶ୍ୟକ ଥିଲା। ଉପର ସଦନରେ ମୋଟ ୨୪୮ ଆସନ ଥିବାବେଳେ ଜୁଲାଇ ନିର୍ବାଚନରେ ଅଧା ଆସନରେ ମତଦାନ ହୋଇଥିଲା।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..