ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ ନାମାଙ୍କନ ଦାଖଲ କରିବେ ବୋଲି ଦଳ ପକ୍ଷରୁ ପୂର୍ବରୁ କୁହାଯାଇଥିବା ବେଳେ ଏହାକୁ ସ୍ଥଗିତ କରାଯାଇଛି । ଆସନ୍ତା ୧୮ ତାରିଖରେ ନାମାଙ୍କନ ଦାଖଲ କରିବେ ଜୟ ଢୋଲକିଆ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତରେ ଯାଉଥିବା ବେଳେ ସେଠାରେ ଅନେକ ବିଜେଡି କର୍ମୀ ବିଜେପି ଦଳରେ ସାମିଲ ହେବେ । ଏହାରି ଭତରେ ଆଉ ଏକ ବଡ ଖବର ଆସିଛି ଯେ ଲମ୍ବୋଧର ନିଆଲ ଜୟଙ୍କ ଘରେ ଏକ ବୈଠକରେ ବସି ଆଲୋଚନା କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ ଲମ୍ବୋଧର ନିଆଲ ବିଜେପିରେ ସାମିଲ ହୋଇପାରନ୍ତି । ଲମ୍ବୋଧର କଳାହାଣ୍ଡି ଜିଲାର ଜଣେ ଟାଣୁଆ ନେତା ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..