Report Card Odisha

| Daily Odia News

ପୋଲିସ ମୋତେ କ୍ଷମା ମାଗିବ !….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସେ କ’ଣ ଷଣ୍ଢ ପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଦରକାର ନାହିଁ, ଗୋଟିଏ ଜାବଡ଼ା ଦରକାର। ପୋଲିସ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ।’ ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ବିବାଦରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ ଗତକାଲି ବିଜେଡି ନେତା ତଥା ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଥିଲେ। ଆଜି ଜୟନାରାୟଣ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ଯଦି ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ତା’ହେଲେ ମୋତେ ବି ମାରିପାରିବେ। ମୁଁ ଜଣେ ସାଧାରଣ ମଣିଷ। ସେ ଚାହିଁଲେ ମାରିପାରିବେ। ସେ ଯେଉଁଠିକି କହିବେ ସେଠାକୁ ଯିବି` ମୋତେ ସେ ମାରିପାରିବେ। ରାଜ୍ୟରେ ଜଣେ ଏପରି କହିପାରୁଛି ମାନେ ଏଥିରୁ ଶାସନ ବ୍ୟବସ୍ଥା କେମିତି ରହିଛି, ତାହା ଜଣାପଡୁଛି। ବାଂଲାଦେଶୀ ବିକ୍ଷୋଭ ବେଳେ ଅରୂପ ବାବୁ କମିଶନର ଥିଲେ। ସେତେବେଳେ ତାଙ୍କ ଭୂମିକା କ’ଣ ଥିଲା ସମସ୍ତେ ଜାଣିଛନ୍ତି। ସେ କେଉଁଭଳି ଭାବେ ଆଇପିଏସ୍ ପାଇଥିବେ, ଲୋକ ଜାଣିବା ଦରକାର। ଏହା ସହିତ ଜୟନାରାୟଣ ମିଶ୍ର ପୁଣି ଥରେ ପୋଲିସ କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି। ଗୃହ ବିଭାଗ ମୁଖ୍ୟ ‘ମୁଖ୍ୟମନ୍ତ୍ରୀ’ ମଧ୍ୟ ଘଟଣାରେ କ୍ଷମା ମାଗିଲେନି। ଧନୁପାଲି ଆଇଆଇସି ମୋତେ ମାରିଲେ, ମୁଁ କ’ଣ ପାଇଁ କ୍ଷମା ମାଗିବି। ଆନ୍ଦୋଳନ ବେଳେ ସେ ମହିଳାଙ୍କ ପଟେ ଥିଲେ। ପରେ ଆସି ମୋତେ ମାରିଲେ। ଓଡ଼ିଶା ପୋଲିସ ମୋତେ କ୍ଷମା ମାଗିବ ନା ମୁଁ ସେମାନଙ୍କୁ କ୍ଷମା ମାଗିବି | ନବୀନ ବାବୁ ନିୟମ କରିଦିଅନ୍ତୁ ଓଡ଼ିଶା ପୋଲିସକୁ ସବୁ ମାଫ୍‌।

Breaking News