Report Card Odisha

| Daily Odia News

କଂଗ୍ରେସ ଛାଡିଲେ ଜୟରାମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଂଗ୍ରେସ ଛାଡିଲେ ଜୟରାମ ପାଙ୍ଗୀ। ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତିଙ୍କ ନିକଟକୁ ସେ ଆଜି ଇସ୍ତଫା ପତ୍ର ପଠାଇଛନ୍ତି। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ। ଏହା ପୂର୍ବରୁ ସେ ବିଜେପିରେ ରହିଥିଲେ। ୨୦୨୨ ମସିହାରେ ବିଜେପି ଛାଡି ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେବେଠାରୁ ସେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଜୟରାମ ପାଙ୍ଗୀ ଦୀର୍ଘ ଦିନ ହେବ ପ୍ରୟାସ କରିଆସୁଛନ୍ତି ।

Breaking News