Report Card Odisha

| Daily Odia News

କଂଗ୍ରେସରେ ଯୋଗଦେଲେ ଜୟରାମ ପାଙ୍ଗି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୋରାପୁଟର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଜୟରାମ ପାଙ୍ଗି କଂଗ୍ରେସରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଥିଲେ । କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ୧୯୭୭ ମସିହାରେ ଜନତା ଦଳ ଟିକେଟ୍‌ରେ ପଟ୍ଟାଙ୍ଗୀ ବିଧାନସଭା ଆସନରୁ ଜିତି ରାଜନୈତିକ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ୧୯୯୦ରେ ମଧ୍ୟ ଜନତା ଦଳ ପ୍ରାର୍ଥୀ ଭାବେ ବିଧାୟକ ‌ନିର୍ବାଚିତ ହୋଇଥିଲେ।ପରେ ୨୦୦୦ ଓ ୨୦୦୪ରେ ବିଜେଡି ଟିକେଟରେ ପଟ୍ଟାଙ୍ଗୀରୁ ବିଜୟ ଲାଭ କରିଥିଲେ। ୨୦୦୯ରେ ତାଙ୍କୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ କରିଥିଲା। ପରେ ତାଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରାଯାଇଥିଲା। ଏହାପରେ ସେ ବିଜେପିକୁ ଆସିଥିଲେ ଏବଂ କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ସେ ବିଆରଏସରେ ଯୋଗ ଦେଇଥିଲେ।

 

Breaking News