ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଗୁଜରାଟରୁ ରାଜ୍ୟସଭା ପାଇଁ ମନୋନୟନପତ୍ର ଦାଖଲ କରିବେ। ଗୁଜରାଟରେ ମୋଟ ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ସଂପର୍କରେ ବିଜେପି ସଂସଦୀୟ ବୋର୍ଡ ଶୀଘ୍ର ନିଷ୍ପତ୍ତି ନେବ। ବିଜେପି ଶୀର୍ଷ ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଆଗାମୀ ଦିନରେ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମଧ୍ୟ ସେ ଫ୍ରାନ୍ସ ଗସ୍ତ କରିବେ। ତେଣୁ ତାଙ୍କୁ ଗୁଜରାଟରୁ ରାଜ୍ୟସଭା ପାଇଁ ମନୋନୟନପତ୍ର ଦାଖଲ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟ ରାଜ୍ୟ ଶାଖା ପକ୍ଷରୁ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ନାମ ମଧ୍ୟ ପଠାଯାଇଛି। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ। ଉଲ୍ଲେଖଯୋଗ୍ୟ, ଜୟଶଙ୍କର ୨୦୧୯ ମସିହାରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀନଗରରୁ ଲୋକସଭାକୁ ନିର୍ବାଚନ ହେବାରୁ ତାଙ୍କ ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। ତେଣୁ ତାଙ୍କ ସ୍ଥାନରେ ଜୟଶଙ୍କର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଜୟଶଙ୍କରଙ୍କ ସହିତ ଗୁଜରାଟର ଅନ୍ୟ ଯେଉଁ ଦୁଇ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନେ ହେଲେ ଦିନେଶ ଅନାବାଦିୟା ଏବଂ ଯୁଗଳସିଂହ ଲୋଖଣ୍ଡୱାଲା।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..