ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବର ଜୟଦେବ ବିହାର ଓଭରବ୍ରିଜ ଉପରୁ ତଳକୁ ଖସି ପଡିଲେ ବାଇକ୍ ଆରୋହୀ । ଭାରସାମ୍ୟ ହରାଇ ଖସି ପଡିଥିବା ସନ୍ଦେହ କରାଯାଉଛି । ଓଭର ବ୍ରିଜ ଉପରେ ବାଇକ୍ ଥିବାବେଳେ ତଳେ ପଡିଗଲେ ଯୁବକ । କଳିଙ୍ଗ ଷ୍ଟାଡିୟମ ଗେଟ୍ ସମ୍ମୁଖରେ ଓଭରବ୍ରିଜ ଉପରୁ ତଳକୁ ଖସି ପଡ଼ିଥିଲେ । ଯୁବକ ଜଣଙ୍କ ରସୁଲଗଡ ପଟୁ ବରମୁଣ୍ଡା ଆଡକୁ ଆସୁଥିବା ସୂଚନା ମିଳିଛି । ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଆହତ ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..