ରିପୋର୍ଟ କାର୍ଡ / ପାଟନା
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଆଜି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪୪ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା।

ପ୍ରଥମ ପର୍ଯ୍ୟାୟ ତାଲିକାରେ ଜେଡିୟୁ ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।ପ୍ରଥମ ତାଲିକାରେ ଜେଡିୟୁ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇ ନଥିଲା| କିନ୍ତୁ ଦ୍ୱିତୀୟ ତାଲିକାରେ ୪ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଦଳ ଶଗୁଫ୍ତା ଅଜିମ, ମଞ୍ଜର ଆଲମ, ସବା ଜାଫର ଏବଂ ଜମା ଖାନଙ୍କୁ ପ୍ରାର୍ଥୀ କରିଛି।

ଜେଡିୟୁ ଅରରିଆରୁ ଶଗୁଫ୍ତା ଅଜିମ, ଜୋକିହାଟରୁ ମଞ୍ଜର ଆଲମ, ଆମୋରରୁ ସବା ଜାଫର ଏବଂ ଚୈନପୁରରୁ ଜମା ଖାନଙ୍କୁ ପ୍ରାର୍ଥୀ କରିଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……