Report Card Odisha

| Daily Odia News

ବନ୍ଦ ଘରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଜଳେଶ୍ୱର

ବନ୍ଦ କୋଠରୀ ଭିତରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି। ମୃତା ଯୁବତୀଜଣକ ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି। ସେ ଭୋଗରାଇ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ମୋନାଲିସାଙ୍କ ଘର ବାରିପଦାରେ । ସେ ଭୋଗରାଇ ବ୍ଲକରେ ପ୍ରଥମ ଚାକିରି କରିଥିବା ବେଳେ ଭଡ଼ା ନେଇ ରହୁଥିଲେ। ଆଜି ପ୍ରାୟ ସକାଳ ୧୦ଟା ପର୍ଯ୍ୟନ୍ତ ସେ ନିଜ ରୁମ୍‌ କବାଟ ଖୋଲି ନ ଥିଲେ। ପଡ଼ୋଶୀ କବାଟ ବାଡ଼େଇବା ପରେ ବି ମୋନାଲିସା କବାଟ ନ ଖୋଲିବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ଭାଙ୍ଗି ମୋନାଲିସାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ଏନେଇ ପୋଲିସ ତୁରନ୍ତ ମୋନାସିଲାଙ୍କ ପରିବାରବର୍ଗଙ୍କୁ ଖବର ଦେଇଛି। ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଥିବା ବେଳେ ତାଙ୍କର ଏପରି ମୃତ୍ୟୁର କାରଣ ଜଣାପଡ଼ିନି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ମାମଲା ଓ ଏହା ପଛର କାରଣ କ’ଣ ତାହାର ତଦନ୍ତ ଆରମ୍ଭ କରୁଛି ପୋଲିସ

Breaking News