ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଟିମ୍କୁ ଘର ସମ୍ମୁଖରେ ଦେଖି କନିଷ୍ଠ ଯନ୍ତ୍ରୀ ଛାତ ଡେଇଁ ଛୁ ମାରିଲେ। କନିଷ୍ଠ ଯନ୍ତ୍ରୀଜଣକ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ବୋଲି ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ସୁନୀଲଙ୍କ ଜାଗମରାସ୍ଥିତ ଘରେ ପହଞ୍ଚିଥିଲା। ଭିଜିଲାନ୍ସ ଟିମ୍କୁ ଦେଖି ନିଜ ଛାତ ଉପରକୁ ଚାଲି ଯାଇଥିଲେ ସୁନୀଲ। ଏହାପରେ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ। ସୁନୀଲ ଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଟିମ୍ ରେ ୬ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ପ୍ରମୁଖ ସାମିଲ ହୋଇଛନ୍ତି।






More Stories
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..