ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଉଦ୍ଦିଷ୍ଟ ଜେଇଇ ମେନ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମେ ମାସ ହେବାକୁ ଥିବା ପରୀକ୍ଷାକୁ ଜୁନ ଓ ଜୁଲାଇକୁ ପରିବର୍ତ୍ତନ କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ବିଭିନ୍ନ ଦିଗକୁ ବିଚାର କରି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଜୁନ୍ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ସେସନ-୧ ପରୀକ୍ଷା କରାଯିବ । ପରେ ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ ସେସନ-୨ର ପରୀକ୍ଷା । ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସେସନ-୨ ପାଇଁ ଖୁବଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ । ସେସନ-୧ ପାଇଁ ପଞ୍ଜୀକରଣ ଶେଷ ହୋଇଛି । ସୂଚନା ମୁତାବକ ପୂର୍ବରୁ ଏପ୍ରିଲ ୨୧,୨୪,୨୫,୨୯, ମେ’ ୧ ଓ ୪ରେ ପ୍ରଥମ ପର୍ଯ୍ୟାୟ ଏବଂ ମେ’ ୨୪, ୨୫, ୨୬, ୨୭, ୨୮ ଓ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିଲା ।





More Stories
ସାବଧାନ,ବଜାରରେ ମିଳିଲାଣି ନକଲି ଆଳୁ!……
ଆଜି ସିଏମଏସ-୩ ଉପଗ୍ରହ ଉତ୍କ୍ଷେପଣ……
ଶଙ୍କରକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ……