ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଇଇ ମେନ୍ ୨୦୨୧ର ଚତୁର୍ଥ ସେସନ ପରୀକ୍ଷା ୨୬, ୨୭ ଓ ୩୧ ଅଗଷ୍ଟ ଏବଂ ୧ ଓ ୨ ସେପ୍ଟେମ୍ବରରେ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହା ସହ ତୃତୀୟ ଏବଂ ଚତୁର୍ଥ ସେସନ ମଧ୍ୟରେ ୪ ସପ୍ତାହ (ଏକ ମାସ) ଅନ୍ତର ରଖିବାକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ପରାମର୍ଶ କରିଥିବା ମଧ୍ୟ ସେ ଲେଖିଛନ୍ତି। ସେସନ୍ ୪ ପାଇଁ ମୋଟ ୭.୩୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକରଣ କରିସାରିଛନ୍ତି।ପଞ୍ଜିକରଣକୁ ଜୁଲାଇ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏପର୍ୟ୍ୟନ୍ତ ୭ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ, ଜେଇ ମେନ୍ ସେସନ-୪ ପରୀକ୍ଷା ପାଇଁ ପଞ୍ଜୀକୃତ କରି ସାରିଥିବା ନେଇ ଜଣାପଡିଛି | ସୂଚନା ଅନୁସରେ- ଏହା ପୂର୍ବରୁ ତୃତୀୟ ସେସନ ପରୀକ୍ଷା ୨୦ ଏବଂ ୨୫ ଜୁଲାଇରେ ହେବାକୁ ଥିବା ବେଳେ ଚତୁର୍ଥ ସେସନ୍ ପାଇଁ ୨୭ ଜୁଲାଇ ଏବଂ ୨ ଅଗଷ୍ଟ ଧାର୍ଯ୍ୟ କରାଯାଇଥିଲା। ଏବେ ଏହି ପରୀକ୍ଷା କୋଭିଡ ପାଇଁ ଘୁଞ୍ଚାଇ ଦିଆଯାଇଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..