ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡ ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ଙ୍କର ଆସ୍ଥା ଭୋଟ୍ । ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏବଂ ଏହାର ମେଣ୍ଟ ସହଯୋଗୀ ଦଳ ଆସ୍ଥା ଭୋଟ୍ରେ ଯୋଗ ଦେବାପାଇଁ ହାଇଦ୍ରାବାଦରୁ ରାଞ୍ଚି ଫେରିଛନ୍ତି। ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ହେବା ପରେ ବିଧାୟକମାନଙ୍କୁ ହାଇଦ୍ରାବାଦ ନିକଟସ୍ଥ ଏକ ରିସୋର୍ଟରେ ରଖାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ସହ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନ୍ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ଆସ୍ଥା ଭୋଟ୍ରେ ହେମନ୍ତ ସାମିଲ ହେବାନେଇ ଜଣାପଡିଛି | ବହୁମତର ପ୍ରମାଣ ଦେବା ପରେ ଝାଡଖଣ୍ଡରେ ସରକାର ଗଢିବେ ଚମ୍ପାଇ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……