ରିପୋର୍ଟ କାର୍ଡ / ରାଞ୍ଚି
ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହୋଇସାରିଛି | ନିର୍ବାଚନ କମିଶନ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଥିବା ବେଳେ ଏନେଇ ରାଜ୍ୟପାଳ ରମେଶ ବୈସଙ୍କୁ ସୁପାରିସ କରିସାରିଛନ୍ତି । ଏନେଇ ରାଜ୍ୟପାଳ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା କରିବେ। ଦସ୍ୟତା ପଦ ରଦ୍ଦ ହୁଏ, ତା’ହେଲେ ବି ହେମନ୍ତ ସୋରେନ ୬ ମାସ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ୬ ମାସ ଭିତରେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏହି ହଟଚମଟ ଭିତରେ ବିଧାୟକଙ୍କୁ କିଣିବାକୁ ଉଦ୍ୟମ ହେଉଛି | ଏହାକୁ ଦୃଷ୍ଟିରେ ରଖି ହେମନ୍ତ ସୋରେନ ସମସ୍ତ ବିଧାୟକଙ୍କୁ ଘୋଡ଼ା ବେପାର ପୂର୍ବରୁ ଛତିଶଗଡ଼ ପଠାଇବାକୁ ଲକ୍ଷ୍ୟ ରଖିଥିଲେ । ଏଥିପାଇଁ ବିଧାୟକଙ୍କୁ ନିଜର ଜିନିଷପତ୍ର ସହ ପ୍ରସ୍ତୁତ ରହିବାକୁ କହିଥିଲେ । ଏପରି କି କିଛି ବିଧାୟକ ନିଜ ବ୍ୟାଗପତ୍ର ଧରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚି ଥିଲେ | ଏହାପରେ ଦୁଇଟି ଲକ୍ସଜରିୟସ ବସ୍ରେ ବିଧାୟକମାନଙ୍କୁ ଅଜ୍ଞାତ ସ୍ଥାନକୁ ନିଆଯାଇଥିବା ସୂଚନା ମିଳୁଛି । ଦୁଇଟି ବସ୍ ରାଞ୍ଚି ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରୁ ଯାତ୍ରା ଆରମ୍ଭ କରିଛି। ହେଲେ ବିଧାୟକମାନେ କେଉଁଠାକୁ ଯିବେ, ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଛତିଶଗଡ଼ରେ କଂଗ୍ରେସ ସରକାର ଥିବାରୁ ସେଠାରେ ଘୋଡ଼ା ବେପାର ଆଶଙ୍କା କମ ରହୁଛି ତେଣୁ ସେମାଙ୍କୁ ଏଠାକୁ କିମ୍ବା ପଶ୍ଚିମବଙ୍ଗ ଯାଇଥିବା ଚର୍ଚ୍ଚା ହେଉଛି |






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..