ରିପୋର୍ଟ କାର୍ଡ / ଝାରସୁଗୁଡା
ମହାନଦୀରେ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜଥିବା ଜଣାପଡିଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଘଟଣା। ମୃତକ ଜଣେ ମହିଳା। ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ। ସେମାନେ ବରଗଡ଼ ବାଞ୍ଜିପାଲିରୁ ଯାଉଥିଲେ। ଡଙ୍ଗାରେ ଥିବା ୪୦ରୁ ଅଧିକ ଲୋକଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ। ଡଙ୍ଗାରେ ଅନେକ ମହିଳା ଓ ଛୁଆ ଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……