ରିପୋର୍ଟ କାର୍ଡ / ଝାରସୁଗୁଡା
କୋଇଲା ନେବାକୁ ଆସିଥିବା ରେଳଡବାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଛତିଶଗଡ଼ ଅଗଲତାରାରୁ କୋଇଲା ନେବା ପାଇଁ ବିଓସିଏମ ସାଇଡିଂ ନମ୍ବର ୩ କୁ ଏହି ରେଳଡବାଟି ଆସିଥିଲା । ସୂଚନା ମୁତାବକ, କୋଇଲା ନେବା ପାଇଁ ଏକ ରେଳଡବା ଛତିଶଗଡ଼ ଅଗଲତାରାରୁ ଝାରସୁଗୁଡା ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ ଆସିଥିଲା । ଏହି ରେଳଡବାରେ କୋଇଲା ବୋଝେଇ କରିବା ସମୟରେ କର୍ମଚାରୀମାନେ ଏକ ଅଖା ପଡିଥିବାର ଦେଖିଥିଲେ । ଉକ୍ତ ଅଖାରେ ଜଣେ ମହିଳାଙ୍କ ମୃତଦେହ ରହିଥିବାର ଦେଖିଥିଲେ। ଏହା ଦେଖି ତୁରନ୍ତ ରେଳବାଇ ପୋଲିସକୁ ଖବର ଦେଇଥିଲେ ରେଳ ବିଭାଗର କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ ଏବଂ ଝାରସୁଗୁଡା ଜିଲ୍ଲା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..