ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଝାରସୁଗୁଡ଼ାରେ ସଡକ ଦୋର୍ଘଟଣାରେ ଗତକାଲି ୮ ଜଣଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣାରେ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସାମାଜିକ ଗଣମାଧ୍ୟରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ଏ ବିଷୟରେ ଜାଣି ମୁଁ ଦୁଃଖିତ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ସେହିପରି ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି ସମବେଦନା ଜଣାଇ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି | ଟ୍ୱିଟରରେ ଲେଖିଛନ୍ତି- ଓଡ଼ିଶାର ଝାରସୁଗୁଡ଼ାରେ ଘଟିଥିବା ଦୁର୍ଘଟଣା ଅତି ଦୁଃଖଦ । ଦୁର୍ଘଟଣାରେ ପ୍ରାଣ ହରେଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି | ଉଲ୍ଲେଖ ଯୋଗ୍ୟ- ଝାରସୁଗୁଡ଼ା ସହରାଞ୍ଚଳରେ ଭୂଷଣ କମ୍ପାନୀ ର ଏକ ବସ୍କୁ ଭାରିଯାନ ଧକ୍କା ଦେବା ଫଳରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ଜଣ ଆହତ ହୋଇଥିଲେ | ଶ୍ରମିକ ମାନେ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଏକ ଭାରିଯାନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମୃତକ ମାନେ ହେଲେ ରାଜେନ୍ଦ୍ର ତିବାରୀ, ଶେର ବାହାଦୂର, ବ୍ରିଜପାଲ ସିଂ, ପଙ୍କଜ ଝା, ବିକାଶ କୁମାର ଓ ରାଜେଶ ସିଂ । ପ୍ରଥମ ୪ଜଣଙ୍କର ମୃତ୍ୟୁ ସଦର ଡାକ୍ତରଖାନାରେ ହୋଇଥିବା ବେଳେ ବିକାଶଙ୍କର ସମଲେଶ୍ବରୀ ହସ୍ପିଟାଲ ଓ ରାଜେଶଙ୍କୁ ବୁର୍ଲା ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….