Report Card Odisha

| Daily Odia News

୧୦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ମେ’ ୧୦ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ | ନାମାଙ୍କନ ପତ୍ର ଯାଂଚ ପରେ ମୋଟ ୧୦ଜଣଙ୍କ ପ୍ରାର୍ଥିପତ୍ର ବୈଧ ରହିଛି ଓ ୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୧୪ଜଣ ପ୍ରାର୍ଥୀ ମୋଟ ୨୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଭିନ୍ନ କାରଣରୁ ୪ଜଣ ପ୍ରାର୍ଥୀ ଯଥା-ରୀନା ଦେଶାଇ(ଦେଶ ଦଳ),ଶ୍ରୀଦାମ ଶର୍ମା(ସ୍ୱାଧୀନ), ସନ୍ତୋଷ ମହାପାତ୍ର(ସ୍ୱାଧୀନ) ଓ ତୁଳାରାମ ଗୁରୁ(ନବଭାରତ ନିର୍ମାଣ ସେବା ପାର୍ଟି)ଙ୍କ ନାମାଙ୍କ ପତ୍ର ଖାରଜ ହୋଇଛି । ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ ଜଲାନ, ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା , ଭୁବନେଶ୍ୱର ଗରଦିଆ ଓ ମହେନ୍ଦ୍ର ଲୁହଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୨୪ତାରିଖ ରହିଛି ।

 

 

Breaking News