Report Card Odisha

| Daily Odia News

ଟଙ୍କଧର ତ୍ରିପାଠୀ ହେବେ ବିଜେପି ପ୍ରାର୍ଥୀ !…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ଟଙ୍କଧର ତ୍ରିପାଠୀ ଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା କରିପାରେ । ଖବର ଅନୁଯାୟୀ, ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଛି ଝାରସୁଗୁଡ଼ା ଆସନ । ବିଜେଡି ନବ ଦାସଙ୍କ ଝିଅଙ୍କୁ ଉପନିର୍ବାଚନ ଲାଗି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଉ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ଖୁବଶୀଘ୍ର ବିଜେପି ନିଜର ବିଧାୟକ ପ୍ରାର୍ଥୀ ଘୋଷଣା କରିପାରେ । ଟଙ୍କଧର ତ୍ରିପାଠୀଙ୍କୁ ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଖୁବଶୀଘ୍ର ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରିବାନେଇ ଚର୍ଚ୍ଚା ହେଉଛି |ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମଇ ୧୦ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟିଂ ହେବ । ଏଥିପାଇଁ ଏପ୍ରିଲ୍ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୦ରୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୨୧ରୁ ୨୩ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ । ଏପ୍ରିଲ୍‌ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମଇ ୧୩ରେ ଭୋଗ ଗଣତି ହେବ ।

Breaking News