Report Card Odisha

| Daily Odia News

ଅଜିତ ପାୱାର ମହାରାଷ୍ଟ୍ର ଅର୍ଥମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ସିନ୍ଦେ ସରକାରରେ କ୍ୟାବିନେଟ୍ ସମ୍ପ୍ରସାରଣ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୯ ଜଣ ଏନସିପି ବିଧାୟକଙ୍କୁ ସେମାନଙ୍କ ବିଭାଗ ମିଳିଛି। ଏନ୍‌ସିପି ନେତା ତଥା ନିକଟରେ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କୁ ଅର୍ଥ ବିଭାଗର ଗୁରୁ ଦାୟିତ୍ବ ମିଳିଛି। ଏଥି ସହିତ ଯୋଜନା ବିଭାଗର ଦାୟିତ୍ବ ମଧ୍ୟ ଗ୍ରହଣ କରିଛନ୍ତି ଅଜିତ ପାୱାର। ଛଗନ ଭୁଜବଲଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପଦ ମିଳିଛି। ଧରମରାଓବାବା ଅତ୍ରାମଙ୍କୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଦାୟିତ୍ବ ଦିଆଯାଇଥିବା ବେଳେ ଦିଲୀପ ୱଲସେ ପାଟିଲଙ୍କୁ ସମବାୟ, ଧନଞ୍ଜୟ ମୁଣ୍ଡେଙ୍କୁ କୃଷି, ହସନ୍‌ ମୁଶ୍ରିଫ୍‌ଙ୍କୁ ଡାକ୍ତରୀ ଶିକ୍ଷା ବିଭାଗ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଅନିଲ୍‌ ପାଟିଲଙ୍କୁ ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍‌ ଓ ଥଇଥାନ ମନ୍ତ୍ରୀ, ଅଦିତି ତଟକରେଙ୍କୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପଦ ମିଳିଥିବା ବେଳେ ସଞ୍ଜୟ ବନସୋଡ଼େଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ ଏବଂ ବନ୍ଦର ବିଭାଗ ଦାୟିତ୍ବ ମିଳିଛି।

Breaking News