ରିପୋର୍ଟ କାର୍ଡ / ଝାଡଖଣ୍ଡ
ଲୋକସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବଡ ଝଟକା । ଜେଏମଏମ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ । ମଙ୍ଗଳବାର ସକାଳେ ବିଧାୟିକ ସୀତା ସୋରେନ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ଶିବୁ ସୋରେନଙ୍କ ପାଖକୁ ପଠାଇଥିଲେ । ସୀତା ସୋରେନ ଇସ୍ତଫା ପତ୍ରରେ କହିଛନ୍ତି ‘ଅତ୍ୟନ୍ତ ଦୁଃଖର ସହ ଦଳରୁ ଇସ୍ତଫା ଦେଉଛି । ମୋ ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ ପାର୍ଟି ପାଇଁ ଅନେକ ବଳିଦାନ ଦେଇଛନ୍ତି । କିନ୍ତୁ ଦଳରେ ମୋ କଥା ଶୁଣିବାକୁ କେହି ନାହାଁନ୍ତି । ମୋ ବିରୋଧରେ ଗଭୀର ଷଡଯନ୍ତ୍ର ରଚାଯାଉଛି । ଏଥିପାଇଁ ଦଳରୁ ଅତ୍ୟନ୍ତ ଦୁଃଖର ସହ ଇସ୍ତଫା ଦେଉଛି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..