Report Card Odisha

| Daily Odia News

ଜେଏନୟୁକୁ ମିଳିଲା ସଂଖ୍ୟାଲଘୁ ଅଧ୍ୟକ୍ଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନିର୍ବାଚନରେ ଜଣେ ଦଳିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବାମପନ୍ଥୀ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଧନଞ୍ଜୟ ଜେଏନୟୁ ଛାତ୍ର ସଂଗଠନ ପ୍ରେସିଡେଣ୍ଟ ହୋଇଛନ୍ତି। ଦୀର୍ଘ ୨୮ ବର୍ଷ ପରେ ଦ୍ୱିତୀୟ ଦଳିତ ପ୍ରେସିଡେଣ୍ଟ ଭାବେ ଧନଞ୍ଜୟ ନିର୍ବାଚିତ ହୋଇଛନ୍ତି। ଜେଏନୟୁରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସଚିବ ପାଇଁ ନିର୍ବାଚନ ହୋଇଥିଲା । ୪ବର୍ଷ ବ୍ୟବଧାନରେ ଶୁକ୍ରବାର ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍‍ ଆସୋସିଏସନ(ଏଆଇଏସ୍‍ଏ), ଡେମୋକ୍ରାଟିକ୍‍ ଷ୍ଟୁଡେଣ୍ଟସ୍‍ ଫେଡେରେସନ୍‍ (ଡିଏସ୍‍ଏଫ୍‍), ଷ୍ଟୁଡେଣ୍ଟସ୍‍ ଫେଡେରେସନ୍‍ ଅଫ୍‍ ଇଣ୍ଡିଆ (ଏସ୍‍ଏଫ୍‍ଆଇ) ଏବଂ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍‍ ଫେଡେରେସନ୍‍ (ଏଆଇଏସ୍‍ଏଫ୍‍) ଭଳି ବାମପନ୍ଥୀ ଗୋଷ୍ଠୀ ଆରଏସଏସ ସମର୍ଥିତ ଅଖିଲ ଭାରତୀୟ ବିଦ୍ୟାଧରଙ୍କ ବିରୋଧରେ ଏକ ମହାଗଠବନ୍ଧନ କରି ନିର୍ବାଚନ ଲଢିଥିଲେ । ଏଥିରେ ବାମପନ୍ଥୀ ଦଳ ବିଜୟ ହାସଲ କରିଛି । ଅଧ୍ୟକ୍ଷ ଭାବେ ଲଢିଥିବା ଧନଞ୍ଜୟ ଏବିଭିପିର ଉମେଶ ଚନ୍ଦ୍ର ଅଜମିରାଙ୍କୁ ୯୨୨ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଉପାଧ୍ୟକ୍ଷ ପଦ ପାଇଁ ଅଭିଜିତ୍‍ ଘୋଷ (ବାମପନ୍ଥୀ) ଦୀପିକା ଶର୍ମା (ଏବିଭିପି)କୁ ୯୨୭ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସାଧାରଣ ସମ୍ପାଦକ ପଦ ପାଇଁ ପ୍ରିୟଙ୍କା ଆର୍ଯ୍ୟ(ବାମ ଦଳ ସମର୍ଥିତ) ଅର୍ଜୁନ ଆନନ୍ଦ(ଏବିଭିପି)କୁ ୯୨୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେହିପରି ଯୁଗ୍ମ ସଚିବ ପଦ ପାଇଁ ମହମ୍ମଦ ସାଜିଦ(ବାମ) ଗୋବିନ୍ଦ ଡାଙ୍ଗି(ଏବିଭିପି)କୁ ୫୦୮ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

Breaking News