ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଭୁବନେଶ୍ୱର ୟୁନିଟ ୯ ବୁଦ୍ଧ ମନ୍ଦିର ର ସଭାଗୃହ ରେ ଜରନାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ର ଅଧିବେଶନ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମ ରେ ଡ ଜ୍ୟୋତି କର, ଡ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ | ଏହି ସଭାରେ ଆୟୋଜକ ଭାରତ ଚନ୍ଦ୍ର ଲେଙ୍କା, ସଂଯୋଜକ ପଦ୍ମଲୋଚନ ମହାପାତ୍ର, ଆଲୋକ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସମାଜର ବିଭିନ୍ନ ପ୍ରକାରର ସମସ୍ୟା କୁ କିପରି ଲୋକ ଲୋଚନକୁ ଆଣି ସମାଧାନ କରା ଯାଇ ପାରିବ ଚେଷ୍ଟା କରିବାକୁ ଆହ୍ଵାନ ଦେଇଛନ୍ତି | ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ୱାଦିକ ବନ୍ଧୁ ମାନେ ନିଜ ନିଜ ଅଞ୍ଚଳ ର ସମସ୍ୟା ବିଷୟରେ ମତ ଦେଇଥିଲେ | ଦୃଢ଼ ମନୋବଳ ନେଇ କାମ କଲେ ସବୁ କିଛି ସମ୍ଭବ ହୋଇ ପାରିବ ବୋଲି ମତ ଦେଇଛନ୍ତି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..