Report Card Odisha

| Daily Odia News

ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲଙ୍କ ରାୟ ପୂର୍ବରୁ ପୁରା ଦେଶରେ ହାଇଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି । ବାଂଲାଦେଶର ପୂର୍ବତନ ତଥା ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ଆଜି ରାୟ ଆସିବାକୁ ଯାଉଛି । ଏହାପୂର୍ବରୁ ଦେଶରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ମଧ୍ୟ ହୋଇଛି । ଶେଖ୍‌ ହାସିନାଙ୍କ ଦଳ ଆୱାମୀ ଲିଗ୍‌ ପକ୍ଷରୁ ଦେଶରେ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଉପସ୍ଥିତ ଥିଲେ।

Breaking News