Report Card Odisha

| Daily Odia News

ଜୁଲାଇ ୧୫ ପରେ ଓଡିଶାରେ ଗର୍ଭବତୀ ମହିଳାଙ୍କ ଟିକାକରଣ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୁଲାଇ ୧୫ ପରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୧୫ ପରେ ଓଡିଶାରେ ଗର୍ଭବତୀ ମହିଳାଙ୍କ ଟିକାକରଣ ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆଜି ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରାଯିବ। ତେବେ ଏଥିପାଇଁ ଏଏନ୍‌ଏମ୍‌, ଆଶା, ଅଙ୍ଗନୱାଡି କର୍ମୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯିବ। ଏହି ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ତାଲିମ ସମାପ୍ତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ କହିଥିଲେ ଯେ ଏହି ଟିକା ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ଏବଂ ଏହା ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯିବ।

Breaking News