ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ। ଏରିଅର ବିଲ୍ କରାଇ ଦେବାକୁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଜାଲରେ ପଡିଛନ୍ତି ବୀରମହରାଜପୁର ଏସଡିଭିଓ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ତଥା ସିଡିଭିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଗୋଲକ ବିହାରୀ ପୋଢ଼। ମିଳିଥିବା ସୂଚନା ଅନୁଯାୟୀ ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେରଙ୍କ ଛୁଟି ଟଙ୍କା ମଞ୍ଜୁରି ପାଇଁ କାଗଜପତ୍ର ପ୍ରସ୍ତୁତ ପାଇଁ ଗୋଲକ ବିହାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟରରେ ନାରାୟଣ ୧୫ ହଜାର ଟଙ୍କା ଲାଞ୍ଚ ଗୋଲକ ବିହାରୀଙ୍କୁ ଦେଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକ ବିହାରୀଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ, ସିଡିଭିଓ କାର୍ଯ୍ୟାଳୟରେ ଗୋଲକ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏହାଛଡ଼ା ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି |






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..