Report Card Odisha

| Daily Odia News

ମହାପ୍ରଭୁଙ୍କ ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ….

ରିପୋର୍ଟ କାର୍ଡ / ପୁରୀ

ଓଡ଼ିଶାରେ ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। କଳାଧନ ବିଷୟରେ ଗଠିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅପରାହ୍ଣରେ ସେ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଗଣତି ପାଇଁ ଗଠିତ ସ୍ୱତନ୍ତ୍ର କମିଟି ସହ ବୈଠକ କରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଗଠନ କରାଯାଇଛି। ରତ୍ନଭଣ୍ଡାର କମିଟି ସହ ରତ୍ନଭଣ୍ଡାର ଅନୁଧ୍ୟାନ ସଂପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଆସନ୍ତା ୧୧ ତାରିଖରେ କଳାଧନ ସଂପର୍କିତ ବୈଠକରେ ସମୀକ୍ଷା କରିବେ। ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବୈଠକକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ବୈଠକରେ ୨୪ ନିର୍ବାଚନରେ କଳାଟଙ୍କା ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ଉପରେ ଆଲୋଚନା ହେବ।

Breaking News