ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ । ନଭେମ୍ବର ୯ରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ନଭେମ୍ବର ୧୦, ୨୦୨୪ରେ ସେ ଅବସର ନେବେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବାପା ଜଷ୍ଟିସ ୱାଇ ଭି ଚନ୍ଦ୍ରଚୂଡ଼ ଦେଶର ୧୬ତମ ପ୍ରଧାନ ବିଚାରପତି ଥିଲେ। ୧୯୭୮ରୁ ୧୯୮୫ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନ ବିଚାରପତି ଥିଲେ। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ୭୪ ଦିନର କାର୍ଯ୍ୟକାଳ ଥିଲା | ଆସନ୍ତା ନଭେମ୍ବର ୮ ତାରିଖରେ ୟୁ ୟୁ ଲଳିତଙ୍କ କାର୍ଯ୍ୟକା ଶେଷ ହେଉଛି | ସେଥିପାଇଁ ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।






More Stories
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..
ଭଡ଼ାଘର ଦେବେ ସରକାର…..