Report Card Odisha

| Daily Odia News

ପ୍ରମଥ ପଟ୍ଟନାୟକ ହେଲେ ରାଜ୍ୟ ରିଏଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ରାଜ୍ୟ ରିଏଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ ସୁବାଷ ଚନ୍ଦ୍ର ପରିଜାଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି। ସେ ୨୦୧୯ ଫେବୃଆରୀ ୬ରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୧୯୫୯ ମସିହା ଜୁନ ୧୪ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପ୍ରମଥ ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତ୍ତକ ଶିକ୍ଷା ସମାପ୍ତ କରିବା ପରେ ୧୯୮୬ରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ। ଜଷ୍ଟିସ ପଟ୍ଟନାୟକ ୨୦୧୪ ସେପ୍ଟେମ୍ବର ଓଡିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ନେବା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପରେ ସେ ଓଡିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୨୦୨୧ରେ ଅବସର ଗ୍ରହଣ କରିଥିଲେ।

Breaking News