Report Card Odisha

| Daily Odia News

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ କୁମାର ମିଶ୍ର….

ରିପୋର୍ଟ କାର୍ଡ /ରାଞ୍ଚି

ଜଷ୍ଟିସ ସଂଜୟ କୁମାର ମିଶ୍ର ଝାଡଖଣ୍ଡ ହାଇକୋର୍ଟର ୧୪ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଝାଡ଼ଖଣ୍ଡ ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଧାନସଭା ବାଚସ୍ପତି, ହାଇକୋର୍ଟର ସମସ୍ତ ବିଚାରପତି, କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ ସଂଜୟ କୁମାର ମିଶ୍ର ୨୦୨୧, ଅକ୍ଟୋବର ୧୧ରେ ସେ ଉତ୍ତରାଖଣ୍ଡ ହାଇକୋ‌ର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଉତ୍ତରାଖଣ୍ଡ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ସେ ଦାୟିତ୍ବ ନିର୍ବାହ କରିଥିଲେ। ଜଷ୍ଟିସ ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ୨୦୨୨, ଡିସେମ୍ବର ୧୩ରେ ସୁପାରିସ କରିଥିଲେ। ଏହାପରେ ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ତରଫରୁ ଗତ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Breaking News