ରିପୋର୍ଟ କାର୍ଡ / କଟକ
ଆଜି ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି। ସୂଚନାଯୋଗ୍ୟ, ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଅଗଷ୍ଟ ୨୦୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍.ମୁରଲୀଧରଙ୍କ ଅବସର ଯୋଗୁଁ ମୁଖ୍ୟ ବିଚାରପତି ପଦ ଖାଲି ହେଉଥିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ଆବଶ୍ୟକତାକୁ ନେଇ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ। ଜଷ୍ଟିସ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଜୁନ ୧୦,୨୦୨୨ରୁ କାର୍ଯ୍ୟ କରୁଛନ୍ତି। ଦୁଇଟି ହାଇକୋର୍ଟର ବିଚାରପତି ରୂପେ କାର୍ଯ୍ୟ କରିଥିବାରୁ ନ୍ୟାୟ ବିତରଣ କରିବାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି ବୋଲି କଲେଜିୟମ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ। ତ୍ରିପୁରା ହାଇକୋର୍ଟ ୨୦୧୩ରୁ ସ୍ଥାପନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହାର ବିଚାରପତି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମଧ୍ୟରେ ପ୍ରତିନିଧିତ୍ବ ପାଇନାହାନ୍ତି। ସମସ୍ତ ପ୍ରାସଙ୍ଗିକ କାରଣଗୁଡ଼ିକ ଉପରେ ଧ୍ୟାନ ଦିଆଯାଇ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ଉପଯୁକ୍ତ ବୋଲି କଲେଜିୟମ କହିଛନ୍ତି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..