Report Card Odisha

| Daily Odia News

ଇଡି’ରେ ହାଜର ହେବେ କବିତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ.କବିତା । ଏହି ମାମଲାରେ ଆଜି ତାଙ୍କୁ ଇଡି ଜେରା କରିଥାନ୍ତା। ହେଲେ କବିତା ଏଥିପାଇଁ ସମୟ ମାଗିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ଭାରତ ରାଷ୍ଟ୍ର ସମିତିର ନେତ୍ରୀ କେ. କବିତା କହିଛନ୍ତି। କେ. ‌କବିତା କହିଛନ୍ତି ଯେ, ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥା। ଏହାକୁ ଗୋଟାଏ ରାଜନୈତିକ ଅତ୍ୟାଚାର ଆଖ୍ୟା ଦେଇ କବିତା କହିଛନ୍ତି ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତରେ ତାଙ୍କର କ‌ୌଣସି ସମ୍ପୃକ୍ତି ନାହିଁ। ମାର୍ଚ୍ଚ ୧୧ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ସେ ହାଜର ହେବେ। ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

Breaking News