Report Card Odisha

| Daily Odia News

ମସଜିଦରେ ବିସ୍ଫୋରଣ,୫୦ ମୃତ୍ୟୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶୁକ୍ରବାର ଆଫଗାନିସ୍ଥାନର କାବୁଲରେ ଥିବା ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଛି। ନମାଜ ପାଠ ବେଳେ ଏହି ବିସ୍ଫୋରଣ ଘଟିଥିବା ବେଳେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦ ଜଣ ଆହତ ହୋଇଛନ୍ତି। ଏନେଇ ତାଲିବାନର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଆହତଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ୨୧ ତାରିଖରେ ଏକ ମସଜିଦରେ ବିସ୍ଫୋରଣ ଘଟିଥିଲା । ଏଥିରେ ୫ ଜଣ ପ୍ରାଣ ହରାଇଥିଲେ । ଏହାସହ ୬୫ ଜଣ ଆହତ ହୋଇଥିଲେ । ଆକ୍ରମଣ ପାଇଁ ଆଇଏସଆଇଏସ ନିଜକୁ ଦାୟୀ କରିଥିଲା । ସେହିପରି ୧୯ ତାରିଖରେ ମଧ୍ୟ ଆଫଗାନର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଥିଲେ ।

 

Breaking News