Report Card Odisha

| Daily Odia News

କାବୁଲରେ ପାଣି ବୋତଲ ୩୦୦୦, ଭାତ ପ୍ଲେଟର ୭୦୦୦….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ରାଗିଛି | ତାଲିବାନ ଯେବେ ଠାରୁ ଆଫଗାନିସ୍ତାନକୁ କବଜା କଲାଣି କାବୁଲ ତ୍ରାହି ତ୍ରାହି ଡାକୁଛି | ଦେଶ ଛାଡି ଚାଲିଯିବାକୁ ଚାହୁଁଥିବା ଲୋକଙ୍କ ଭିଡ କାବୁଲ ବିମାନ ବନ୍ଦରରେ ଲାଗିଛି । ତାଲିବାନ ଆତଙ୍କି ସେମାନଙ୍କ ଉପରକୁ ଗୁଳି ଚଳାଉଥିଲେ ମଧ୍ୟ ତାହାକୁ ସେମାନେ ଖାତିର ନକରି ଏବେ ଏକମାତ୍ର ଯୋଗାଯୋଗ ସ୍ଥଳ ପାଲଟିଥିବା କାବୁଲ ବିମାନ ବନ୍ଦରରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି। କାବୁଲ ବିମାନ ବନ୍ଦରରେ ଖାଦ୍ୟାଭାବ ଲୋକଙ୍କୁ ଭୋକ ଉପାସରେ ରହିବାକୁ ବାଧ୍ୟ କରିଛି । ଅନେକ ଲୋକଙ୍କ ନିକଟରେ ଖାଇବା ତ ଦୂରର କଥା ପାଣି କିଣିବାକୁ ଅର୍ଥ ନାହିଁ। ଏଭଳି ପରିସ୍ଥିତିରେ କାବୁଲ ବିମାନ ବନ୍ଦର ବାହାରେ ଏବେ ପାଣି ବୋତଲ ୪୦ ଆମେରିକୀୟ ଡଲାର ଅଥବା ୩୦୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଭାତ ପ୍ଲେଟର ଦାମ ୧୦୦ ଡଲାର (୭୦୦୦ ଟଙ୍କା)ରେ ବିକ୍ରି ହେଉଛି। ତାହା ମଧ୍ୟ ସେଠାରେ ଲାଗିଥିବା ଭିଡ ପାଇଁ ଯଥେଷ୍ଟ ହେଉନାହିଁ। ଜଣାଯାଇଛି ଯେ କାବୁଲ ବିମାନ ବନ୍ଦର ବାହାରେ ଏବେ ମଧ୍ୟ ପ୍ରାୟ ୫୦ ହଜାର ଲୋକ ଜମା ହୋଇ ରହିଛନ୍ତି। ବିମାନ ବନ୍ଦର ଭିତରକୁ ପ୍ରବେଶ କରିବା ସୁଯୋଗ ପାଉଥିବା ଲୋକମାନେ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛନ୍ତି।

Breaking News