ରିପୋର୍ଟ କାର୍ଡ / କଳାହାଣ୍ଡି
ତିଜମାଳି ଖଣି ଖନନକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ କେରପାଇ ଠାରେ ମାଓବାଦୀ ମାନେ ଏକ ପୋଷ୍ଟର ଲଗାଇଛନ୍ତି । ପୋଲିସକୁ ଦମନ ଓ କମ୍ପାନୀର ଦଲାଲ ନେତାକୁ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି ମାଓବାଦୀ । ଗୁରୁବାର ପୋଲିସ ମହାନିର୍ଦ୍ଦେଶକ କଳାହାଣ୍ଡି ଆସି ମାଓ ସମୀକ୍ଷା କରିଥିବା ବେଳେ ଶୁକ୍ରବାର ମାଓ ପୋଷ୍ଟର ଲାଗିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବହୁ ଚର୍ଚ୍ଚିତ ତିଜମାଳି ଖଣିକୁ ମୈତ୍ରୀ କମ୍ପାନୀକୁ ସରକାର ଟେକି ଦେବାକୁ ଯୋଜନା କରିଥିବା ବେଳେ ଏହାକୁ ବିରୋଧ କରି ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ପୋଷ୍ଟର ଲଗାଇଥିବା ଜଣାପଡିଛି |






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..