ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲି ଅକ୍ଷୟ ତୃତୀୟା ଏହି ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୂଚନା ଅନୁଯାୟୀ, ଚଳିତ ବର୍ଷର ପ୍ରଥମ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ । ରାଜ୍ୟରେ ମୋଟ ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୮ ଶହ କୋଟି ଟଙ୍କା ଦେବେ ସରକାର । ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଲେଖାଏଁ ଲେଖାଁଏ ଚାଷୀଙ୍କ ଆକାଉଣ୍ଟକୁ ଯିବ । ୨୦୧୮ ମସିହାରୁ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରତି ବର୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ପଠାଉଛନ୍ତି ସରକାର । ବାର୍ଷିକ ୬ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେଉଛନ୍ତି ସରକାର ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..