ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ଉତ୍କଳ ଦିବସ | ଏହି ଦିବସଉପଲକ୍ଷେ ରାଜ୍ୟର ୨୯ଟି ଜିଲ୍ଲା ର ୪୪ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ‘କାଳିଆ’ ସହାୟତା ବଣ୍ଟନ କରାଯିବ। ମାତ୍ର ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଝାରସୁଗୁଡା ଜିଲ୍ଲାର ଚାଷୀଙ୍କୁ କାଳିଆ ସହାୟତା ମିଳିବ ନାହିଁ। କୃଷି ବିଭାଗର ପ୍ରସ୍ତାବକ୍ରମେ ଚଳିତବର୍ଷ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ କାଳିଆ ସହାୟତା ବଣ୍ଟନ କରାଯିବ। ପ୍ରାୟ ୪୪ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୯ଶହ କୋଟି ଟଙ୍କା ବଣ୍ଟନ କରାଯିବାକୁ ରହିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟାକୁ ରାଜ୍ୟ ସରକାର ଚାଷୀଙ୍କୁ କାଳିଆ ସହାୟତା ବଣ୍ଟନ କରୁଥିବାବେଳେ ଚଳିତବର୍ଷ ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।






More Stories
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି…..
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..