ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିର ଜିଲ୍ଲା କାଲିମେଳା ବଜାରରେ କ୍ଲିନିକ କରିଥିବା ଜଣେ ଡାକ୍ତରଙ୍କ ନିକଟକୁ ତପନ ପାଲ ନାମକ ବ୍ୟବସାୟୀ ଦାନ୍ତ ଚିକିତ୍ସା ଲାଗି ଆସିଥିଲେ। ଡାକ୍ତର ଜଣଙ୍କ ଦାନ୍ତ ଉପାଡ଼ିଦେଇଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଥିବାର ଜଣା ପଡ଼ିଛି। ଉକ୍ତ କ୍ଲିନିକରେ ଭୁଲ ଚିକତ୍ସା ଯୋଗୁଁ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଆଣିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଡାକ୍ତର ରବୀନ୍ଦ୍ର ନାଥ ବିଶ୍ୱାସ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ୱାସ ତପନ ପାଲଙ୍କୁ ଚିକିତ୍ସା କରିଥିବାର ସୂଚନା ମିଳିଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..