ରିପୋର୍ଟ କାର୍ଡ / ଭୁବନେଶ୍ୱର
କଳିଙ୍ଗ ଚାରି ଟେବୁଲଟ୍ରଷ୍ଟ ଭୁବନେଶ୍ବର ପକ୍ଷରୁ ବନମାଳୀ ପୁରର ବଟକୃଷ୍ଣ ଦାସ ଙ୍କ ୫ ମାସ ର ଛୋଟ ଝିଅ ଶୁଭଶ୍ରୀ ଦାସ ଙ୍କର ହାର୍ଟ ସର୍ଜରୀ ପାଇଁ ଅକ୍ସିଜେନ ସହ ଥିବା ଗାଡି ସହଯୋଗ ପ୍ରଦାନ କରାଯାଇଛି | ଶୁଭଶ୍ରୀ ଙ୍କୁ ଭୁବନେଶ୍ବର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଅପରେଶନ କରିବା ଜରୁରୀ ବୋଲି ବିଶେଷଜ୍ଞ ଡାକ୍ତର ମାନେ କହିଥିଲେ | ଶୁଭଶ୍ରୀଙ୍କ ପରିବାର ଆର୍ଥିକ ଅବସ୍ତା ସ୍ଵଚ୍ଛଳ ନ ଥିବାରୁ ସେ ସରକାରୀ ହସ୍ପିଟାଲ ରେ ଅପରେଶନ କରିବାକୁ ଚାହୁଁଥିଲେ, ବହୁ ଆଲୋଚନା ପରେ ଅକ୍ସିଜେନ ସହ ଗାଡିରେ କଲିକତା ନିଆ ଯାଇ ସରକାରୀ ସ୍ତରରେ ସେଠାରେ ମାଗଣା ଅପରେଶନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା | ଅକ୍ସିଜେନ ଲାଗିଥିବା ଗାଡି ରେ ନେଇ କଲିକତା ଯିବା ନିମନ୍ତେ ଖର୍ଚ୍ଚ କରିବାକୁ ସେ ସମର୍ଥ ନୁହନ୍ତି ବୋଲି ଏକ ଦରଖାସ୍ତ ଲେଖି ଟ୍ରଷ୍ଟର ଅଫିସରେ ଦେଇଥିଲେ | ଦରଖାସ୍ତରେ କଲିକତା ଯିବା ଖର୍ଚ୍ଚ ବହନ କରିବାକୁ ଅନୁରୋଧ କରିଥିଲେ | କଳିଙ୍ଗ ଚାରି ଟେବୁଲଟ୍ରଷ୍ଟ ପକ୍ଷରୁ କଲିକତା ଯିବା ପାଇଁ ଶୁଭଶ୍ରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି |






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..