Report Card Odisha

| Daily Odia News

ବଦଳିଲେ ଆଇଆଇସି,୨ ହୋମଗାର୍ଡ ନିଲମ୍ବିତ…..

ରିପୋର୍ଟ କାର୍ଡ / ଫିରିଙ୍ଗିଆ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇବା ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଇଆଇସିଙ୍କ ବଦଳି ହୋଇଛି। ଆଇଆଇସି ତପନ କୁମାର ନାହାକଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏଥିହ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏନେଇ ରବିବାର କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି। ଅପରପକ୍ଷେ, ଏହି ଘଟଣାରେ ୧୫ ଜଣକୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ସେମାନଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଚାଲିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ଗଞ୍ଜେଇ କାରବାରରେ ପୁଲିସର ସଂପୃକ୍ତି ଅଭିଯୋଗ କରି ଫିରିଙ୍ଗିଆ ଥାନାରେ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ।

Breaking News