ରିପୋର୍ଟ କାର୍ଡ / କନ୍ଧମାଳ
ଯୁବ ବିଜେଡି ନେତାଙ୍କ ପାଇଁ କାଳ ହେଲା ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ। ତକିଆରେ ମୁହଁକୁ ଚାପି ଯୁବ ବିଜେଡି ନେତାଙ୍କୁ ହତ୍ୟା କରିଥିଲେ ସଂପୃକ୍ତ ମହିଳା। କନ୍ଧମାଳ ଜିଲ୍ଲା ଯୁବ ବିଜେଡ଼ି ଉପ-ସଭାପତି ତଥା ଦଡ଼କୀ ପଞ୍ଚାୟତ ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକ ହତ୍ୟା ଘଟଣାର ଏଭଳି ଖୁଲାସା କରିଛି ପୋଲିସ। ଫୁଲବାଣୀସଦର SDPO କହିଛନ୍ତି ଯେ, ଗତ ୧ ତାରିଖ ସକାଳେ ଦଡ଼କି PEOଙ୍କ ବାସଭବନରୁ ସଂଜିତଙ୍କ ମୃତଦେହ ମିଳିଥିଲା। ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ଜଣେ ବିବାହିତାଙ୍କ ସହିତ ଅନିଚ୍ଛା ସତ୍ୱେ ଅନୈତିକ ସମ୍ପର୍କ ରଖୁଥିଲେ ସଂଜିତ। ମହିଳାଙ୍କଠାରୁ ଗ୍ରୁପ ଟଙ୍କା ନେଇ ବି ଆଉ ଫେରାଉନଥିଲେ। ଏପରିକି ମହିଳାଙ୍କୁ ବଦନାମ କରିବାକୁ ଧମକ ଚମକ ବି ଦେଉଥିଲେ। ତେଣୁ ମହିଳା ଜଣକ ସଂଜିତଙ୍କ ଉପରେ ମନେ ମନେ ରାଗ ରଖିଥିଲେ। ଗତ ୩୦ ତାରିଖ ରାତିରେ ସଂଜିତ ମହିଳାଙ୍କୁ PEO ଙ୍କ ବାସଭବନକୁ ଡାକିଥିଲେ। ନିଶାରେ ଚୁର ହୋଇ ମହିଳାଙ୍କ ଅନିଚ୍ଛା ସତ୍ୱେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ତା’ପରେ ସେ ଶୋଇପଡ଼ିଥିଲା। ସଂଜିତ ଶୋଇଥିବାର ସୁଯୋଗ ନେଇ ମହିଳା ଜଣକ ତକିଆରେ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସଂଜିତଙ୍କୁ ହତ୍ୟା କରିଥିବା ନେଇ ମହିଳା ଜଣଙ୍କ ପୋଲିସ ସ୍ୱୀକାର କରିଛି। ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..