ରିପୋର୍ଟ କାର୍ଡ / ନୟାଗଡ଼
ନୟାଗଡ଼ ଜିଲ୍ଲାରେ ମିଳୁଥିବା ‘କଣ୍ଟେଇମୁଣ୍ଡି’ ବାଇଗଣକୁ ଜିଆଇ ମାନ୍ୟତା ମିଳିଛି । ଜିଆଇ ରେଜିଷ୍ଟ୍ରି ତା’ର ୱେବସାଇଟରେ ଏନେଇ ବିଜ୍ଞପ୍ତି ଜାରି କରିଛି । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାରେ କଣ୍ଟିଲୋର ମହାନଦୀ ଅବବାହିକାରେ ମିଳୁଥିବା ଏହି ବିଶେଷ ପ୍ରକାରର ବାଇଗଣକୁ ଜିଆଇ ଟ୍ୟାଗ୍ ଦେବା ନିମନ୍ତେ ୨୦୨୧ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ଆବେଦନ କରାଯାଇଥିଲା । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁରର ନୀଳମାଧବ କୃଷି ସଂଗଠନ ପକ୍ଷରୁ ଓୟୁଏଟି ଏହି ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲେ ।ଏହି ବାଇଗଣ ବିଶେଷକରି ନୟାଗଡ଼ର କଣ୍ଟିଲୋ ଅଂଚଳରେ ପ୍ରଚୁର ପରିମାଣରେ ଚାଷ ହୋଇଥାଏ । ଜିଲ୍ଲାର ଭାପୁର ବ୍ଲକର ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ ଓ ଧଞ୍ଜାଗଣ୍ଡା ଆଦି ଅଂଚଳ ସମେତ ଖଣ୍ଡପଡ଼ା ବ୍ଲକର ରତନପୁର ଓ ବଡ଼ବାନପୁର ଅଂଚଳରେ ଉକ୍ତ କଣ୍ଟେଇମୁଣ୍ଡି ବାଇଗଣ ମିଳିଥାଏ ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….