Report Card Odisha

| Daily Odia News

ରାଜ୍ୟସଭା ପାଇଁ ସମାଜବାଦୀ ପାର୍ଟିରୁ ନାମାଙ୍କନ ଭରିଲେ କପିଲ ସିବଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସର ହାତ ଛାଡ଼ିବା ପରେ କପିଲ ଶିବଲ ସ୍ୱାଧିନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ଆଜି ସମାଜବାଦୀ ପାର୍ଟିର ସମର୍ଥନରେ ସେ ଏହି ନାମାଙ୍କନ ଭରିଛନ୍ତି। ତାଙ୍କ ଇସ୍ତଫାକୁ ନେଇ ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ଝା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଦଳୀୟ ନେତୃତ୍ୱକୁ ନେଇ ଶିବଲ ଦୀର୍ଘ ଦିନ ଧରି ହତୋତ୍ସାହିତ ଥିଲେ। ଏହା କଂଗ୍ରେସ ପାଇଁ ବଡ଼ କ୍ଷତି। କମିଲ ଶିବଲ ଜଣେ ଉଚ୍ଚକୋଟୀର ପାର୍ଲିଆମେଣ୍ଟାରିଆନ ଥିବା ବେଳେ ଦଳ ପାଇଁ ବଡ଼ ଆସେର୍ଟ ଥିଲେ। ଶିବଲ ହେଉଛନ୍ତି ଜଣେ ଧର୍ମନିରପେକ୍ଷ ନେତା। କଂଗ୍ରେସର ଜି-୨୩ ବିଦ୍ରୋହୀ ଗୋଷ୍ଠୀର ଶୀର୍ଷ ନେତା ଥିଲେ ଶିବଲ। ଦଳରେ ସେ ବହୁଦିନ ଧରି କୋଣଠେସା ହୋଇ ଅବହେଳାର ଶିକାର ହୋଇଥିଲେ। ବୋଧ ହୁଏ କଂଗ୍ରେସ ଆଉ ପୁନର୍ଜୀବିତ ହେଲା ଭଳି ଶିବଲ ମନେ କରିନାହାନ୍ତି। ତେଣୁ ସେ ବାଧ୍ୟ ହୋଇ ଦଳ ଛାଡ଼ିଥିବା ଝା କହିଛନ୍ତି। ଶିବଲ ଭଳି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର ମଧ୍ୟ ଜଣେ ଜ୍ଞାନୀଗୁଣି ନେତା ଥିଲେ।

Breaking News