ରିପୋର୍ଟ କାର୍ଡ / ମୟୂରଭଞ୍ଜ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଲାଞ୍ଚ କାରବାର ମାମଲାରେ ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇଏ) ପକ୍ଷରୁ ଜମି ଅଧିଗ୍ରହଣ ବାବଦ ଚେକ୍ ପ୍ରଦାନ କରିବାକୁ ତହସିଲଦାର ଚାର୍ଲସ ନାୟକ ଜଣେ ବ୍ୟକ୍ତିଙ୍କୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଜମି ହରାଇଥିବା ଉକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ଏନ୍ଏଚ୍ଆଇଏ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଦେଇଥିବା ବେଳେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନଦେଲେ ଉକ୍ତ ଅର୍ଥ ରିଲିଜ୍ କରିବେ ନାହିଁ ବୋଲି ତହସିଲଦାର ଚାର୍ଲସ ନାୟକ ତାଙ୍କୁ କହିଥିଲେ। ଦୁଇଟି ବ୍ଲାଙ୍କ ଚେକ୍ରେ (ଯେଉଁଥିରେ Payee ଅର୍ଥାତ୍ ଯିଏ ଅର୍ଥ ପାଇବେ ତାଙ୍କ ନାଁ ଖାଲି ଛାଡ଼ିବାକୁ କୁହାଯାଇଥିଲା) ଏହି ଲାଞ୍ଚ ଅର୍ଥ ଦେବାକୁ ସେ କହିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ତହସିଲଦାରଙ୍କ କହିବା ମୁତାବକ ସେ ୧୦ ଲକ୍ଷ ଓ ୨ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ ଯେଉଁଥିରେ payeeଙ୍କ ନାଁ ନଥିଲା ବା ସେହି ସ୍ଥାନଟି ଖାଲି ଥିଲା। ପରେ ତହସିଲଦାର ଅଥର ଅଲି ନାମକ ଜଣେ ସ୍ଥାନୀୟ ଠିକାଦାରଙ୍କୁ ଉକ୍ତ ଦୁଇଟି ଚେକ୍ ଦେଇଥିଲେ। ଅଥର ଅଲି ଉକ୍ତ ଦୁଇଟି ଚେକ୍ର payee ସ୍ଥାନରେ ନିଜ ନାଁ ଲେଖି ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିଥିଲେ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..