ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ‘କାର୍ଗିଲ୍ ବିଜୟ ଦିବସ’ | ଭାରତ ଆଜି ଏହି ଦିବସର ୨୨ଶ ବାର୍ଷିକୀ ପାଳନ କରୁଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲଦାଖ ଅନ୍ତର୍ଗତ ଦ୍ରାସ ଗସ୍ତ କରି ‘କାର୍ଗିଲ୍ ଯୁଦ୍ଧ ସ୍ମାରକୀ’ରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ତାଙ୍କ ସହ ଭାରତର ‘ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତ୍ ମଧ୍ୟ ଦ୍ରାସ ଗସ୍ତରେ ଯିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି | ଆତ୍ମବଳି ଦେଇଥିବା ଯବାନମାନଙ୍କ ସାହସିକତା ଭାରତୀୟମାନଙ୍କୁ ପ୍ରତ୍ୟେକ ଦିନ ପ୍ରେରିତ କରୁଛି। ୧୯୯୯ ଜୁଲାଇ ୨୬ ତାରିଖରେ ଭାରତର ସଶସ୍ତ୍ର ବାହିନୀ କାର୍ଗିଲ୍ରେ ପାକିସ୍ତାନ ସେନା ସହ ଲଢ଼ି ବିଜୟ ହାସଲ କରିଥିଲା। ‘ଅପରେସନ୍ ବିଜୟ’ରେ ଅଂଶ ଗ୍ରହଣ କରିଥିବା ଯବାନମାନଙ୍କ ଆତ୍ମସମ୍ମାନ ଓ ଶୌର୍ଯ୍ୟ ଜାଗରୁକ କରିବା ଲାଗି ସେବେଠାରୁ ଏହି ଦିନକୁ ‘କାର୍ଗିଲ୍ ବିଜୟ’ ଦିବସ ଭାବେ ପାଳନ କରାଯାଉଛି।







More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..