Report Card Odisha

| Daily Odia News

ଆଜି କାର୍ଗିଲ ବିଜୟ ଦିବସ,ବୀର ଯବାନଙ୍କ ବଳିଦାନକୁ ସ୍ମରଣ କରୁଛି ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଦେଶରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଉଛି। କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ବୀର ଯବାନଙ୍କ ବଳିଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଓ ସୁରକ୍ଷା ଦେବା ପାଇଁ ଅବସର ଆଣିଥାଏ। ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ଆଜିର ଦିନରେ ଆମ ଉତ୍ତର ସୀମାର ଲଦାଖ ଅନ୍ତର୍ଗତ କାର୍ଗିଲ କ୍ଷେତ୍ରରେ ପାକିସ୍ତାନୀ ସେନାର ଅନୁପ୍ରବେଶକୁ ଆମ ଯବାନମାନେ ପଣ୍ଡ କରି ସେଠାରେ ଜାତୀୟ ପତାକା ତିରଙ୍ଗା ଉଡ଼ାଇଥିଲେ। ବରଫାଚ୍ଛନ୍ନ କାର୍ଗିଲ ଶୃଙ୍ଗରେ ଭାରତୀୟ ସେନାର ‘ବିଜୟ’ ନାମକ ଏହି ତିନିମାସିଆ ସଶସ୍ତ୍ର ଅଭିଯାନରେ ପାକିସ୍ତାନ ରେଞ୍ଜର୍ସର ସୈନିକମାନେ ସଂପୂର୍ଣ୍ଣ ଧରାଶାୟୀ ହୋଇଥିଲେ। ନିୟନ୍ତ୍ରଣ ରେଖା ନିକଟରେ ସଂଘଟିତ ଏହି କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଅଦମ୍ୟ ଉତ୍ସାହ ଓ ସାହସ ପ୍ରଦର୍ଶନ କରି ଦେଶର ସୀମାକୁ ସୁରକ୍ଷିତ ରଖିଥିବା ଯବାନମାନଙ୍କ ସ୍ମୃତିରେ ‘କାର୍ଗିଲ ବିଜୟ ଦିବସ’ ପାଳନର ପରିକଳ୍ପନା କରାଯାଇଛି। ଏହି ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ଅନେକ ନେତା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Breaking News