ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମଗ୍ର ରାଜ୍ୟରେ ଗୋ-ହତ୍ୟା ନିଷେଧ କରାଯାଇଥିବାରୁ ‘ବକ୍ରିଦ୍’ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ ସ୍ମରଣ କରାଇ ଦେବା ସହ ଅନୁରୋଧ କରିଛନ୍ତି | ଏହି ନିୟମ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ରାଜ୍ୟରେ ‘ଗୋ-ହତ୍ୟା ନିଷେଧ ଆଇନ’ ଲାଗୁ ହୋଇ ସାରିଥିବାରୁ ଜନସାଧାରଣ ଏଥିରୁ ବିରତ ରହିବା ଉଚିତ ବୋଲି ସେ କହିଛନ୍ତି। ଏହାଛଡ଼ା, ବେଆଇନ ଭାବେ ରାଜ୍ୟରୁ କିଂବା ରାଜ୍ୟ ବାହାରୁ ହେଉଥିବା ବେଆଇନ ଗୋରୁ/ଗୋମାଂସ ଚାଲାଣ ଉପରେ କଡ଼ା ନଜର ରଖିବା ପାଇଁ ସେ ପ୍ରାଣୀ ପାଳନ ବିଭାଗ ଏବଂ ପୁଲିସ ବିଭାଗର କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..