ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମଗ୍ର ରାଜ୍ୟରେ ଗୋ-ହତ୍ୟା ନିଷେଧ କରାଯାଇଥିବାରୁ ‘ବକ୍ରିଦ୍’ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ ସ୍ମରଣ କରାଇ ଦେବା ସହ ଅନୁରୋଧ କରିଛନ୍ତି | ଏହି ନିୟମ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ରାଜ୍ୟରେ ‘ଗୋ-ହତ୍ୟା ନିଷେଧ ଆଇନ’ ଲାଗୁ ହୋଇ ସାରିଥିବାରୁ ଜନସାଧାରଣ ଏଥିରୁ ବିରତ ରହିବା ଉଚିତ ବୋଲି ସେ କହିଛନ୍ତି। ଏହାଛଡ଼ା, ବେଆଇନ ଭାବେ ରାଜ୍ୟରୁ କିଂବା ରାଜ୍ୟ ବାହାରୁ ହେଉଥିବା ବେଆଇନ ଗୋରୁ/ଗୋମାଂସ ଚାଲାଣ ଉପରେ କଡ଼ା ନଜର ରଖିବା ପାଇଁ ସେ ପ୍ରାଣୀ ପାଳନ ବିଭାଗ ଏବଂ ପୁଲିସ ବିଭାଗର କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..